-->
ଅଧିକାରୀଙ୍କ ଅବହେଳାରେ ଅତିଷ୍ଠ ଗ୍ରାମବାସୀ ନିଜେ ଧରିଲେ ରାସ୍ତା ମରାମତିର ଦାୟିତ୍ୱ, ଶ୍ରମଦାନରେ ନିର୍ମାଣ କରୁଛନ୍ତି ୫ କିଲୋମିଟର ରାସ୍ତା

ଅଧିକାରୀଙ୍କ ଅବହେଳାରେ ଅତିଷ୍ଠ ଗ୍ରାମବାସୀ ନିଜେ ଧରିଲେ ରାସ୍ତା ମରାମତିର ଦାୟିତ୍ୱ, ଶ୍ରମଦାନରେ ନିର୍ମାଣ କରୁଛନ୍ତି ୫ କିଲୋମିଟର ରାସ୍ତା



ଲାଠିକଟା (ରାଉରକେଲା): ସରକାରୀ ଅଧିକାରୀଙ୍କ ଅବହେଳା ଏବଂ ଦୀର୍ଘଦିନ ଧରି ରାସ୍ତା ମରାମତି ନହେବାରୁ ଅତିଷ୍ଠ ହୋଇ ଶେଷରେ ଗ୍ରାମବାସୀ ନିଜେ ରାସ୍ତା ମରାମତି କରିବାକୁ ଆଗେଇ ଆସିଛନ୍ତି। ଲାଠିକଟା ବ୍ଲକ୍‌ର ବଡ଼ଦଲକି ପଞ୍ଚାୟତ ଅନ୍ତର୍ଗତ ଗୋଇଲୋରୁ ଫିକଡ଼ଚୁନ୍ଦି ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ଲମ୍ବା କଚ୍ଚା ରାସ୍ତାକୁ ଗ୍ରାମବାସୀ ଶ୍ରମଦାନ ମାଧ୍ୟମରେ ମରାମତି କରୁଛନ୍ତି।

ସୂଚନା ଅନୁଯାୟୀ, ଉକ୍ତ ରାସ୍ତାଟି ଜଙ୍ଗଲ ବିଭାଗ ଅଧୀନସ୍ଥ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଦେଇ ଯାଇଛି। ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ଆଜି ମଧ୍ୟ କଚ୍ଚା ରାସ୍ତା ଉପରେ ନିର୍ଭର କରୁଛନ୍ତି। ଲଗାତାର ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଫଳରେ ଯାତାୟାତ ସମୟରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରାସ୍ତା ମରାମତି ଦାବିରେ ଗ୍ରାମବାସୀ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରପଞ୍ଚ ରଙ୍କା ଖଲଖୋ ମଧ୍ୟ ଏହି ସମସ୍ୟା ନେଇ ବିଡିଓଙ୍କୁ ଏକାଧିକ ଥର ଭେଟି ଅବଗତ କରାଇଛନ୍ତି। ଏହାସହ ଜିଲ୍ଲା ପ୍ରଶାସନର ଜନଶୁଣାଣିରେ ଅଭିଯୋଗ କରିବା ସହ ଡିଏଫ୍‌ଓଙ୍କ ନିକଟରେ ମଧ୍ୟ ଗୁହାରି କରିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି ପହଞ୍ଚିଥିଲା ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ତଥାପି ରାସ୍ତା ମରାମତି ହୋଇପାରିନଥିଲା।

science vani news district bureau chief Dharmendra Das

repoter rajesh das odisha

ଶେଷରେ ପ୍ରଶାସନର ପଦକ୍ଷେପକୁ ଅପେକ୍ଷା କରି କରି ନିରାଶ ହୋଇ ଗ୍ରାମବାସୀ ନିଜେ ରାସ୍ତା ମରାମତି କରିବାକୁ ନିଷ୍ପତ୍ତି ନେଲେ। ସରପଞ୍ଚ ରଙ୍କା ଖଲଖୋଙ୍କ ଆହ୍ୱାନରେ ଫିକଡ଼ଚୁନ୍ଦି ଓ ଗୋଇଲୋ ଗ୍ରାମର ଲୋକମାନେ ଏକଜୁଟ ହୋଇଥିଲେ। ଗ୍ରାମବାସୀମାନେ ନିଜ ନିଜ ମଧ୍ୟରେ ଚାନ୍ଦା ସଂଗ୍ରହ କରି ମରାମତି ପାଇଁ ଆବଶ୍ୟକ ସାମଗ୍ରୀ କିଣିଥିଲେ। ଏହି କାର୍ଯ୍ୟରେ ସରପଞ୍ଚ ମଧ୍ୟ କିଛି ଆର୍ଥିକ ସହଯୋଗ କରିଛନ୍ତି।

ବର୍ତ୍ତମାନ ଉଭୟ ଗ୍ରାମର ଲୋକେ ପ୍ରତି ସପ୍ତ��

Ads on article

Advertise in articles 1

advertising articles 2

Advertise under the article